Unknown

 

 

 

 

 

 

 

 

 

 

ଋଷ୍ୟଶୃଙ୍ଗ ଯାଗ କଲେ

ଶ୍ରୀ ବିଶ୍ୱନାଥ ଖୁଣ୍ଟିଆ

 

ମୁନିବର ବାଣୀ

 

ଋଷ୍ୟଶୃଙ୍ଗ ଯାଗ କଲେ

ଦେବତା ସନ୍ତୋଷ ହେଲେ

।।

 

 

ପୂର୍ଣ୍ଣ ଆହୁତିର ଶେଷେ

ଜାତପୁରୁଷେ

।।

 

 

ଦାହସୁବର୍ଣ୍ଣ ଶରୀର

ପାଉଁଶ ଘେନିଛି କର

।।

 

 

ମୁନି ଦେଲେ ରାଜାକର

ଘେନିଣ ସେ ନୃପବର

।।

 

 

କୌଶଲ୍ୟା କୈକେୟୀ ରାଣୀ

ଦେଲେ ସେ ଆଣି

।।

 

 

ବେନିରାଣୀ ବେନିଭାଗ

ସୁମିତ୍ରାଙ୍କୁ ଅନୁରାଗ

।।

 

 

 

 

କରିଣ ତାହାଙ୍କୁ ଦେଲେ

ଚରୁ ଖାଇଲେ

।।

 

 

ଉଦେ ନୋହୁଁ ରବିପ୍ରଭା

ଯେହ୍ନେ ପ୍ରାଚୀ ଦିଶେ ଶୋଭା

।।

 

 

ସେହିରୂପେ ସେ ସୁନ୍ଦର

ରହି ଗର୍ଭର

।।

 

 

ଗଲା ବେନି ପାଞ୍ଚମାସ

ହେଲା ପ୍ରସବ ଦିବସ

।।

 

 

ଚଇତ୍ର ଶୁକ୍ଳନବମୀ

ପୁତ୍ର ଜନମି

।।

 

 

ଯେତେ ସେ ଲକ୍ଷଣମାନ

କ‌ହିଥିଲେ ତପୋଧନ

।।

 

 

ତ‌ହିଁ କି କୋଟିଏ ଗୁଣେ

ଜାତ ଲକ୍ଷଣୈ

।।

 

 

ତନୁ ମରକତଶ୍ରେଣୀ

ସକଳ ଦେବ ଅଗ୍ରଣୀ

।।

 

 

କୌଶଲ୍ୟା ଉଦରୁଁ ଜାତ

ଅଖିଳତାତ

।।

 

 

କୈକେୟୀ ଉଦରୁଁ ପୁତ୍ର

ଦୁର୍ବାଦଳ ପ୍ରାୟ ଗାତ୍ର

।।

 

 

ଅବତରିଲେ ନନ୍ଦନ

ତାହାଙ୍କ ସାନ

।।

 

 

ସୁମିତ୍ରା ଗର୍ଭରୁ ଜାତ

ହୋଇଲେ ସେ ବେନିସୁତ

।।

 

 

ଶୁଦ୍ଧସୁବର୍ଣ୍ଣ ଶରୀର

ଅତି ମଧୁର

।।

 

 

ଦେଖି ଦଶରଥ ତୋଷ

ରାଇଲେ ଦ୍ୱିଜ ବିଶେଷ

।।

 

 

ଅଶ୍ୱ ଗଜ ଗାବ ଦାନ

ଦେଲେ ହିରଣ୍ୟ

।।

 

 

ହେଲା ହାଟ ତୁଠ ଜୂର

ନେଲେ ସେ ଇତର ନର

।।

 

 

ଦେବତାମାନଙ୍କୁ ତୋଷ

କରି ସନ୍ତୋଷ

।।

 

 

କରାଇଲେ ନୃତ୍ୟ ଗୀତ

ଉତ୍ସବ ହେଲା ବ‌ହୁତ

।।

 

 

ଦୁନ୍ଦୁଭୀ ବାଜେ ସ୍ୱର୍ଗରେ

ହୃଷ୍ଟ ଅମରେ

।।

 

 

କଲେକ ନାଭି ଛେଦନ

ସୁଗନ୍ଧ କଲେ ଲେପନ

।।

 

 

ଉଷ୍ଣଜଳରେ ଯେ ସ୍ନାନ

କଲେ ବ‌ହ‌ନ

।।

 

 

ଶ୍ରୀଅଙ୍ଗ ପୋଛି ବସନ

କରାଇଲେ କ୍ଷୀରପାନ

।।

 

 

ରତ୍ନ‌ଦୋଳି ପରେ ତୋଳି

ଶୁଆନ୍ତି ବାଳୀ

।।

 

 

ଯେବଣ ରାମଚରଣ

ସକଳ ଲୋକ ଶରଣ

।।

 

 

ସେ ପ୍ରଭୁ ଜନମ ଆସି

ଭଣିଲେ ବିଶି

।।

***